ଦୁର୍ଘଟଣାମୁଖ୍ୟ ଖବର

ପୁରୁଷୋତ୍ତମପୁରରେ ସିଲିଣ୍ଡର ବିସ୍ଫୋରଣ; ୨ ଶିଶୁଙ୍କ ସହ ୬ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଭୟଙ୍କର ସିଲିଣ୍ଡର ବିସ୍ଫୋରଣ ଘଟିଛି। ରୋଷେଇ ପାଇଁ ଗ୍ୟାସ ଲଗାଇବା ବେଳେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ ହୋଇ ଘରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣର ପ୍ରଭାବରେ ଘରର ଟିଣ ଉଡ଼ିଯାଇଥିବା ବେଳେ ଘରେ ଥିବା ବହୁ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ଏହି ଅଘଟଣରେ ଦୁଇ ମହିଳା ଓ ଦୁଇ ଶିଶୁଙ୍କ ସମେତ ମୋଟ ୬ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଶୋଭା ନାହାକ (୬୫), ପିଙ୍କି ନାହାକ (୩୫), ପ୍ରଶନ ନାହାକ (୩୫), କିର୍ତ୍ତନ ନାହାକ (୭୦), ପାଣ୍ଡା ନାହାକ (୪) ଓ ଦେଢ଼ ବର୍ଷର ଖୁସି ନାହାକ।

ସମସ୍ତ ଆହତଙ୍କୁ ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୁରୁଷୋତ୍ତମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୁରୁଷୋତ୍ତମପୁର ଥାନା ଏସଆଇ ଶୁଶାନ୍ତ କୁମାର ମିଶ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Show More

Related Articles

Back to top button