Breaking PLUSଦୁର୍ଘଟଣାମୁଖ୍ୟ ଖବର
ବିଦ୍ୟୁତ୍ ଆଘାତରେ ଚାଲିଗଲା ଦନ୍ତା ହାତୀର ଜୀବନ

ଖୋର୍ଦ୍ଧା : ବିପଦରେ ଗଜରାଜ । ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀର ମୃତ୍ୟୁ । ଖୋର୍ଦ୍ଧା ବନଖଣ୍ଡ ଅଧିନ ଟାଙ୍ଗୀ ରେଞ୍ଜ, ବାଲିଗାଡ଼ିଆ ଠାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବାରୁ ଏକ ହାତୀର ମୃତ୍ୟୁ ହୋଇଛି ।ସୂଚନା ଅନୁଯାୟୀ, ଜାତୀୟ ରାଜପଥ ନିକଟ ଜଙ୍ଗଲ ଦେଇ ଯାଉଥିବା ବେଳେ ମୁକୁଳା ପଡିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲା ଦନ୍ତା, ଫଳରେ ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ଟିମ ତଦନ୍ତ ଆରମ୍ଭ କରିଛି । ମୃତ ହାତୀ ପାଖରେ ଆଉ ଏକ ହାତୀ ମଧ୍ୟ ଜଗି ରହିଛି । ଅନେକ ସମୟରେ ହାତୀ ପଲ ଏହି ଅଞ୍ଚଳରେ ବୁଲୁଥିବାର ନଜର ରହିଛି ।


