ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଜଣେ ମହିଳାଙ୍କ ପେଟରୁ ୪୫ କେଜିର ଟ୍ୟୁମର ବାହାର କଲେ ଡାକ୍ତର

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପେଟରୁ ବାହାରିଛି ୪୫ କେଜିର ଟ୍ୟୁମର। ୧ କେଜି କି ୨ କେଜି ନୁହଁ ୪୫ କେଜିର ଟ୍ୟୁମର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ମହିଳାଙ୍କ ପେଟରୁ  ପ୍ରାୟ ୪୫ କେଜି ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତର। ଅସ୍ତ୍ରୋପଚାର ମଧ୍ୟ ସଫଳ ହୋଇଛି। ବ୍ରାଜିଲର ସାଓ ଜୋସେ ଡୋ ଅଭାନି ମେଡିକାଲରୁ ଏଭଳି ଏକ ଘଟଣା ସାମ୍ନକୁ ଆସିଛି। ଡାକ୍ତରମାନେ କହିଛନ୍ତି ଯେ, ଏହା ପୂର୍ବରୁ ସେମାନେ ଏତେ ବଡ଼ ଟ୍ୟୁମର ଦେଖି ନଥିଲେ। ବ୍ରାଜିଲର ରିୟୋ ଡି ଜେନେରିୟୋର ନାମ୍ନୀ ଜଣେ ମହିଳା ରୋଗୀଙ୍କ ପେଟରୁ ଏହି ୪୫ କେଜିର ଟ୍ୟୁମର ବାହାରିଥିଲା। ପରୀକ୍ଷା ନୀରିକ୍ଷା ପରେ ଡାକ୍ତରମାନେ ବୁଧବାର ଅସ୍ତ୍ରୋପଚାର କରି ମହିଳାଙ୍କ ଶରୀରରୁ ୧୦୦ ପାଉଣ୍ଡ(୪୫ କିଲୋଗ୍ରାମ)ର ଟ୍ୟୁମର ବାହାର କରିଥିଲେ। ଅପରେଶନ ପାଇଁ ୧୪ ଜଣ ଡାକ୍ତରଙ୍କୁ ୨ ଘଣ୍ଟା ସମୟ ଲାଗିଥିଲେ। ଏହି ଟ୍ୟୁମରଟି ୪ ଫୁଟ ଚଉଡା, ୯ ଇଞ୍ଚ ଲମ୍ବ ଏବଂ ଏହାର ଓଜନ ୪୫ କିଲୋ ପାଖାପାଖି ଥିଲା।ହସ୍ପିଟାଲର ଡାକ୍ତର ଗ୍ଲାସିଓ ବୋଚେଟ୍ ଟ୍ୟୁମରର କିଛି ଚିତ୍ର ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଚିତ୍ର ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ମହିଳା ଜଣକ ଗତ ୫ ବର୍ଷ ଧରି ଟ୍ୟୁମର ଯନ୍ତ୍ରଣା ଭୋଗି ଆସୁଥିଲେ। ସେହି ମହିଳା ଜଣଙ୍କୁ କ୍ୟନ୍ସର ହୋଇଛି କି ନାହିଁ ସେନେଇ  ପରୀକ୍ଷା କରାଯାଉଛି। ମହିଳା ଜଣକ ଏବେବି ଡାକ୍ତରଖାନାରେ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି। ବ୍ରାଜିଲର ନ୍ୟୁଜ୍ ଆଉଟଲେଟ୍ ‘ୟୁଓଏଲ’ ମାଧ୍ୟମରେ ଡା. ବୋଚେଟ୍ କହିଛନ୍ତି, ‘‘ଏହା ସବୁଠାରୁ ବଡ଼ ଟ୍ୟୁମର ଥିଲା, ଯାହାର ଅପରେସନ୍ ମୁଁ କରିଛି ଓ ନିଶ୍ଚିତ ରୂପେ ବର୍ତ୍ତମାନ ସୁଦ୍ଧା ଏହା ସବୁଠୁ ବଡ଼ ଟ୍ୟୁମର। ତେବେ ବାୟୋପ୍ସି ରିପୋର୍ଟ ଆସିବାକୁ ପ୍ରାୟ ତିନି ସପ୍ତାହ ଲାଗିବ।

Show More

Related Articles

Back to top button