ଦେଶ ବିଦେଶସ୍ୱତନ୍ତ୍ର

ଚରମ ସୀମାରେ ପହଞ୍ଚିଲା ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ତିକ୍ତତା

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ତିକ୍ତତା । ଆଜି ସାମୁଦ୍ରିକ ସୀମାରେ ମୁହାଁମୁହିଁ ହୋଇ ପରସ୍ପରକୁ ଚେତାବନୀ ଦେଇଛନ୍ତି ଉଭୟ ଦେଶ । ଉଭୟପକ୍ଷରୁ ବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାରେ ଗୁଳି ବିନିମୟ ଘଟିଛି। କିଛିଦିନ ତଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଆଣବିକ ଅସ୍ତ୍ର ପରୀକ୍ଷଣକୁ ନେଇ ଉତ୍ତେଜନା ଦେଖାଦେଇଥିଲା ଏବଂ ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ କେନ୍ଦ୍ର କରି ବର୍ତ୍ତମାନ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି ।

 ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସିଓକ-ୟେଓଲ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି।ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟଅଧିକାରୀମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ଉତ୍ତର କୋରିଆର ଏକ ବାଣିଜ୍ୟ ଜାହାଜକୁ ଅଟକାଇବା ପାଇଁ ଚେତାବନୀ ଭାବରେ ନୌସେନାକ୍ଷରୁଗୁଳି ଚାଳନାକରାଯାଇଛି। ସୋମବାର ସକାଳେ ଉତ୍ତର କୋରିଆ ଜାହାଜଦକ୍ଷିଣକୋରିଆର ସାମୁଦ୍ରିକ ସୀମା ଉଲ୍ଲଂଘନ କରିଛି ବୋଲି ସେମାନେ ଦାବି କରିଛନ୍ତି।

Show More

Related Articles

Back to top button