
ଋଷ ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଏହାରି ମଧ୍ୟରେ ରକ୍ତମୁଖା ହୋଇଛି ଋଷ । ଆକ୍ରମଣକୁ ଜୋରଦାର କରିଛି । ଏହାକୁ ଦୃଷ୍ଟିରେ ରଖି ଜେଲେନସ୍କି ଭୟଭୀତ ହୋଇପଡିଛନ୍ତି ।
ପରିସ୍ଥିତିକୁ ଦେଖି କ୍ୱିଭ୍ର ମେୟର ଯଥାଶୀଘ୍ର କ୍ୱିଭ୍ ଛାଡ଼ିବାକୁ ପ୍ରସ୍ତୁତ ରହିବାକୁ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି। ଏହି ଆକ୍ରମଣରେ ଜଳ ଏବଂ ବିଦ୍ୟୁ ଯୋଗାଣ ବ୍ୟାହତ ହେଲେ ତୁରନ୍ତ କ୍ୱିଭ୍ ଛାଡିବାକୁ ପ୍ରସ୍ତୁତ ରହିବାକୁ ସେ ଲୋକଙ୍କୁ କହିଛନ୍ତି।
ଜେଲେନସ୍କି କହିଛନ୍ତି, ରୁଷିଆ ଆମ ଦେଶରେ ଭିତ୍ତିଭୂମିକୁ ଟାର୍ଗେଟ କରିପାରିବ ଏବଂ ଶକ୍ତି ଭିତ୍ତିଭୂମି ଆକ୍ରମଣର ପ୍ରଥମ ସମ୍ଭାବନା ରହିଛି। ଏହି ଆକ୍ରମଣରେ ପାଓ୍ବାର ପ୍ଲାଣ୍ଟଗୁଡ଼ିକ ବହୁ ପରିମାଣରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଦେଶରେ ୪.୫ ମିଲିୟନରୁ ଅଧିକ ଲୋକ ବିନା ବିଦ୍ୟୁତ୍ରେ ବଞ୍ଚିଛନ୍ତି। ଶୀତଦିନ ପର୍ଯ୍ୟନ୍ତ ଶକ୍ତି ଏବଂ ଖାଦ୍ୟ ଉପରେ ଯୁଦ୍ଧର ପ୍ରଭାବ ରହିଲେ ୟୁକ୍ରେନର ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ସେ କହିଛନ୍ତି।