Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍‌ ବର୍ଷା ଯୋଗୁ ଅଧାରୁ ବାତିଲ୍‌ ହୋଇଯାଇଥିଲା । ବର୍ଷା ଯୋଗୁ ମ୍ୟାଚ୍ ବାତିଲ୍‌ ସତ୍ତ୍ୱେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି ।

ଭାରତୀୟ ଅଧିନାୟକ ଋତୁରାଜ ଗାଇକୱାଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ଯୋଗୁ ମ୍ୟାଚ ବନ୍ଦ ହେବାପରେ ଆଫଗାନିସ୍ତାନ ୧୮.୨ ଓଭରରେ ପାଞ୍ଚ ୱିକେଟରେ ୧୧୨ ରନ ସଂଗ୍ରହ କରିଥିଲା। ଏହା ପରେ ଖେଳ ହୋଇପାରିଲା ନାହିଁ ।

ବର୍ଷା ଯୋଗୁଁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏସୀୟ ଗେମ୍ସରେ ପୁରୁଷ କ୍ରିକେଟ ଇଭେଣ୍ଟର ଅନ୍ତିମ ମ୍ୟାଚ ବାତିଲ କରାଯାଇଥିଲା। ତେବେ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ ଆଧାରରେ ଭାରତ ବିଜେତା ଘୋଷିତ ହୋଇଥିଲା। ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଛି। ଯେଉଁଠାରେ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛି।

Show More

Related Articles

Back to top button