Breaking PLUSଓଡ଼ିଶାମୁଖ୍ୟ ଖବର

ସୁରଙ୍କ ଘର ବାହୁଡା

ଭୁବନେଶ୍ୱର- ସୁର ରାଉତରାୟଙ୍କ ଉପରୁ ନିଲମ୍ବନ ହଟାଇବା ପରେ ତାଙ୍କର ଘର ବାହୁଡା ହୋଇଛି |ଘର ବାହୁଡା ବେଳେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାଯ ତାଙ୍କ ପାଖରେ ଉପସ୍ଥିତ ଥିଲେ |ଦୀର୍ଘ ୯ ମାସ ପରେ ଗୃହକୁ ଫେରିବାରୁ ବହୁତ ଭାବବିହ୍ଵଳ ହୋଇ କାନ୍ଦି ପକାଇଛନ୍ତି ସୁର ରାଉତରାୟ ଓ ଏହା ବି କହିଛନ୍ତି ଯେ ୯ ମାସ କିଭଳି ଭାବରେ ଯନ୍ତ୍ରଣାରେ ଥିଲେ |ଆଉ ଏହା କହିଛନ୍ତି ଯେ କିଛି କୁଚକ୍ରୀ ମୋତେ ଷଡଯନ୍ତ୍ର କରି ମୋ ପଦବୀରୁ ମତେ ନିଲମ୍ବିତ କରିଛନ୍ତି |ଆଜି ମୁ ମୋ ମନ୍ଦିରକୁ ଫେରି ବହୁତ ଖୁସି ଅଛି ବୋଲି କହିଛନ୍ତି ସୁର ରାଉତରାୟ ଏବଂ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି |ଆଉ କନ୍ଦଳ ରହିବନି ଓ ସମସ୍ତେ ମିଳିମିଶି ସଂଗଠନ ପାଇଁ କାମ କରିବାକୁ ମଧ୍ୟ କହିଛନ୍ତି |ଶେଷରେ ଯୁବ କଂଗ୍ରେସକୁ ମଧ୍ୟ ବିଶେଷ ଧନ୍ୟବାଦ ଜଣାଇଛନ୍ତି ସୁର ରାଉତରାୟ |

Show More

Related Articles

Back to top button