Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଡାଲମାରୁ ବାହାରିଲା ସାପ; ଭୟରେ ୪୦ରୁ ଅଧିକ ଲୋକ ମେଡିକାଲରେ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ୧୦ନଂ ୱାର୍ଡରେ ଏକ ଚମକଦାର ଘଟଣା ସମ୍ମୁଖୀନ ହୋଇଛି। ଭାଗବତ ସପ୍ତାହ ଅବସରରେ ଆୟୋଜିତ ଭୋଜିଭାତ ସମୟରେ ଡାଲମା ହାଣ୍ଡିରୁ ଗୋଟିଏ ମଲା ବିଷାକ୍ତ ସାପ ମିଳିଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।
ପ୍ରାୟ ୪୦୦ ଲୋକ ପ୍ରସାଦ ସେବନ କରିଥିବାବେଳେ, ସାପ ମିଳିବା ପରେ ଅନେକେ ଭୟଭୀତ ହୋଇ ବିଷାକ୍ରାନ୍ତ ହେବା ଆଶଙ୍କାରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲକୁ ଧାଇଯାଇଥିଲେ।
୪୦ରୁ ଅଧିକ ଲୋକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ଅନ୍ୟମାନେ ରକ୍ତ ପରୀକ୍ଷା ପାଇଁ ଲମ୍ବା ଲାଇନ୍ ଲଗାଇଥିଲେ। କିଛି ଲୋକ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି।
ଘଟଣା ପ୍ରଚାର ପରେ ଅଞ୍ଚଳରେ ଭୟ ଓ ଉତ୍କଣ୍ଠାର ପରିସ୍ଥିତି ଦେଖାଦେଇଛି। ଚିକିତ୍ସକମାନେ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି।

Show More

Related Articles

Back to top button