ଆଇନ କାନୁନଦେଶମୁଖ୍ୟ ଖବର

ବ୍ୟାଙ୍କ ଜାଲିଆତି ମାମଲାରେ ଅନିଲ ଅମ୍ବାନୀଙ୍କୁ ସିବିଆଇର ୮ ଘଣ୍ଟା ଜେରା

ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଗୁରୁବାର ପ୍ରାୟ ୮ ଘଣ୍ଟା ଧରି ଜେରା କରାଯାଇଛି। ଏହି ସମୟରେ ସିବିଆଇ ଅଧିକାରୀମାନେ ତାଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି। ପୁଣି ଶୁକ୍ରବାର ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ରିଲାଏନ୍ସ ଗ୍ରୁପ୍‌ର ବିଭିନ୍ନ ସହଯୋଗୀ କମ୍ପାନୀ ଏକାଧିକ ଜାତୀୟକରଣ ବ୍ୟାଙ୍କରୁ ପ୍ରାୟ ୧୯,୬୯୪ କୋଟି ଟଙ୍କା ଋଣ ଗ୍ରହଣ କରିଥିବାବେଳେ ଏହାକୁ ଅନ୍ୟତ୍ର ବିନିଯୋଗ କରିଥିବା ନେଇ ତଦନ୍ତ ଚାଲିଛି। ଏଥିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୯୨୯ କୋଟି ଟଙ୍କା ଋଣ ମଧ୍ୟ ସାମିଲ ଅଛି।
ଏହି ମାମଲାରେ ସିବିଆଇ ସହ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଧ୍ୟ ଅନିଲ ଅମ୍ବାନୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ମୁମ୍ବଇସ୍ଥିତ ବାସଭବନ ସହ ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବାବେଳେ ଇଡି ପକ୍ଷରୁ ପ୍ରାୟ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ତଦନ୍ତ ପ୍ରକ୍ରିୟା ଜାରି ରହିଛି।

Show More

Related Articles

Back to top button