Breaking PLUSଓଡ଼ିଶାମୁଖ୍ୟ ଖବର

ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମରେ ଆଜି ସ୍ୱ-ପଂଜିକରଣ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମରେ ଆଜି ସ୍ୱ-ପଂଜିକରଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ କହିଛନ୍ତି ଯେ, ଏହି ଅଭିଯାନରେ ସହଯୋଗ କରିବା ସହ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଭାଗିଦାର ହେବା

ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଦେଶରେ ଆରମ୍ଭ ହୋଇଥିବା ‘ଡିଜିଟାଲ ଜନଗଣନା’ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କରି ସ୍ୱ-ପଞ୍ଜୀକରଣ କଲି। ସଠିକ୍ ତଥ୍ୟ ହିଁ ଆଗାମୀ ଦିନରେ ଜନକଲ୍ୟାଣମୂଳକ ଯୋଜନା ପ୍ରସ୍ତୁତିରେ ସହାୟକ ହେବ। ଆସନ୍ତୁ, ଏହି ଅଭିଯାନରେ ସହଯୋଗ କରିବା ସହ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଭାଗିଦାର ହେବା।

ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ 1ରୁ ସାରା ଦେଶରେ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପ୍ରଥମେ ଏହି ସ୍ୱ-ପଂଜିକରଣ କରାଯାଇଛି ।

Show More

Related Articles

Back to top button