Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ରାତିରେ ଇରାନ ସଭ୍ୟତାକୁ ମାଟିରେ ମିଶାଇ ଦେବାକୁ ଟ୍ରମ୍ପ୍‌ଙ୍କ ଧମକ

ୱାଶିଂଟନ: ଆଜି ରାତିରେ ଇରାନ ସଭ୍ୟତାକୁ ମାଟିରେ ମିଶାଇ ଦେବାକୁ ଟ୍ରମ୍ପ୍‌ଙ୍କ ଧମକ । ଟ୍ରୁଥ୍‌ ସୋସିଆଲ ଜରିଆରେ ଏପରି ଧମକ ଦେଇଛନ୍ତି ଟ୍ରମ୍ପ୍‌ । ଏକ ସମ୍ପୂର୍ଣ୍ଣ ସଭ୍ୟତା ଆଜି ରାତିରେ ମରିଯିବ, ଆଉ କେବେ ଫେରିବନି ବୋଲି କହିଛନ୍ତି ଟ୍ରମ୍ପ ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନକୁ ସବୁଠାରୁ ବଡ଼ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହର୍ମୁଜ ପ୍ରଣାଳୀ ଖୋଲିବାକୁ ଟ୍ରମ୍ପ ଇରାନକୁ ଦେଇଥିବା ଡେଡଲାଇନ ଆଜି ରାତିରେ ଶେଷ ହେବାକୁ ଯାଉଛି। ଇରାନୀୟ ସମୟ ଭୋର ୩.୩୦ ଓ ଆମେରିକା ସମୟ ରାତି ୮ଟା ବେଳକୁ ଏହି ସମୟସୀମା ଶେଷ ହେବ।

ଏହାପୂର୍ବରୁ ଟ୍ରମ୍ପ ଟ୍ରୁଥ ସୋଶାଲରେ ଇରାନକୁ ଦେଇଛନ୍ତି ବଡ଼ ଧମକ। ଆଜି ରାତିରେ ପୂରା ଇରାନ ସଭ୍ୟତା ମାଟିରେ ମିଶିବ ବୋଲି ସେ କହିଛନ୍ତି। ଏପରି ଧମକ ଦେଇ ସେ ଇରାନ ଉପରେ କୌଣସି ବଡ଼ ଆକ୍ରମଣର ସଙ୍କେତ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି,ଆଜି ରାତିରେ ଗୋଟିଏ ସଭ୍ୟତାର ଅନ୍ତ ହୋଇଯିବ। ଏହାକୁ ଆଉ କେବେ ହେଲେ ଜୀବିତ କରାଯାଇ ପାରିବ ନାହିଁ। ମୁଁ ଏମିତି ଚାହୁଁନାହିଁ, କିନ୍ତୁ ସମ୍ଭବତଃ ଏମିତି ହେବ।

Show More

Related Articles

Back to top button