Breaking PLUSଓଡ଼ିଶାମୁଖ୍ୟ ଖବର
ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ

ଭୁବନେଶ୍ୱର- ପ୍ରକାଶ ପାଇଛି OSSTET-୨୦୨୫ ରେଜଲ୍ଟ। ଓଭରାଲ୍ ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ସୂଚନା ଦେଇଛନ୍ତି ।
ଗତ ଜାନୁଆରୀ ୨୧ ତାରିଖରେ ହୋଇଥିଲା ପରୀକ୍ଷା । ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଦେଇଥିଲେ ପେପର-୧ ଓ ୨ ପରୀକ୍ଷା । ଓଭରାଲ୍ ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ନେଇ BSE ପକ୍ଷରୁ ସୂଚନା ମିଳିଛି । ଆଜି ଅପରାହ୍ନ ୪ଟା ପରଠୁ bseodisha.ac.inରେ ରେଜଲ୍ଟ ପ୍ରକାଶ ପାଇଛି । ଅପରାହ୍ନ ୫ଟା ପରଠୁ ୱେବସାଇଟ୍ରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି OMR ସିଟ୍ ଡାଉନଲୋଡ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।




