ପେନ୍ସନ୍ ସେକ୍ଟରରେ ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (FDI) ସୀମା ବଢ଼ିପାରେ
ଆଗାମୀ ସଂସଦ ଅଧିବେଶନରେ ଆସିପାରେ ବିଲ୍

ପେନ୍ସନ୍ ସେକ୍ଟରରେ ବିଦେଶୀ ପୁଞ୍ଜିନିବେଶ (FDI) ସୀମା ବଢ଼ାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ନେଉଛି। ଏହି ସମ୍ପର୍କିତ ସଂଶୋଧନ ବିଲ୍ଟି ଆଗାମୀ ମୌସୁମୀ କିମ୍ବା ଶୀତକାଳୀନ ସଂସଦ ଅଧିବେଶନରେ ପ୍ରସ୍ତୁତ ହୋଇପାରେ।
ବର୍ତ୍ତମାନ ପେନ୍ସନ୍ ଫଣ୍ଡରେ FDI ସୀମା ୪୯ ପ୍ରତିଶତ ଅଛି। ପ୍ରସ୍ତାବିତ ସଂଶୋଧନରେ ୨୦୧୩ ର (PFRDA)ଅଧିନିୟମରେ ପରିବର୍ତ୍ତନ କରାଯିବ।
ସୂତ୍ରମାନଙ୍କ ଅନୁସାରେ, ବିଲ୍ରେ NPS ଟ୍ରଷ୍ଟକୁ PFRDA ଠାରୁ ଅଲଗା କରି ସ୍ୱତନ୍ତ୍ର ଏକ ଏକକ ଭାବେ ଗଠନ କରିବା ପ୍ରାବଧାନ ମଧ୍ୟ ରହିପାରେ। ଏହାକୁ ଏକ ସକ୍ଷମ ବୋର୍ଡ ଦ୍ୱାରା ପରିଚାଳନା କରାଯିବ, ଯେଉଁଥିରେ ସରକାରଙ୍କ ନାମନିର୍ଦ୍ଦେଶିତ ସଦସ୍ୟମାନେ ଅଧିକ ଥିବା ସମ୍ଭାବନା ରହିଛି।
ଜାତୀୟ ପେନ୍ସନ୍ ପ୍ରଣାଳୀ (NPS) ୨୦୦୪ ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିଲା ଏବଂ ୨୦୦୯ ରୁ ସମସ୍ତ ନାଗରିକଙ୍କ ପାଇଁ ସ୍ୱେଚ୍ଛାକୃତ ଭାବେ ଖୋଲାଯାଇଛି।
ଏହି ପଦକ୍ଷେପ ମାଧ୍ୟମରେ ସରକାର ପେନ୍ସନ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଦେଶୀ-ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।


