ଓଡ଼ିଶାଦେଶମୁଖ୍ୟ ଖବର

ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳର ବଡ ପଦକ୍ଷେପ

ଭାରତୀୟ ରେଳ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା ଓ ସୁଗମ ଯାତ୍ରାକୁ ଧ୍ୟାନରେ ରଖି ନୂତନ ନିର୍ଦ୍ଦେଶ ଜାରି କରିଛି। ବୈଧ ୟୁନିକ୍ ଡିସଏବିଲିଟି ଆଇଡି (ୟୁଡିଆଇଡି) କାର୍ଡ ଥିବା ଦିବ୍ୟାଙ୍ଗ ଯାତ୍ରୀମାନେ ଏବେ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନର ଦିବ୍ୟାଙ୍ଗ କୋଚ୍‌ରେ ଅନରିଜର୍ଭ୍ ଭାବେ ଯାତ୍ରା କରିପାରିବେ।
ରେଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଦିବ୍ୟାଙ୍ଗ ଯାତ୍ରୀମାନେ ଏସଏଲଆରଡି ଓ ଏଲଏସଏଲଆରଡି ଭଳି ବିଶେଷ କୋଚ୍‌ରେ ଯାତ୍ରା କରିବାକୁ ଅଧିକୃତ। ଏହି କୋଚ୍‌ଗୁଡ଼ିକ ଡିଭ୍ୟାଙ୍ଗଙ୍କ ପାଇଁ ସୁରକ୍ଷିତ ଓ ସୁବିଧାଜନକ ଯାତ୍ରା ନିଶ୍ଚିତ କରିବାକୁ ରଖାଯାଇଛି।
ଏହା ସହିତ, ରେଳ ପକ୍ଷରୁ ଜାରି ହୋଇଥିବା ଦିବ୍ୟାଙ୍ଗ ପରିଚୟ ପତ୍ର ଥିବା ଯାତ୍ରୀମାନେ ମଧ୍ୟ ଏହି ସୁବିଧା ପାଇବେ।
ଅନ୍ୟପଟେ, ଦିବ୍ୟାଙ୍ଗ କୋଚ୍‌ର ଅନଧିକୃତ ବ୍ୟବହାର ଉପରେ ରେଳ କଡା ଅଭିଯାନ ଆରମ୍ଭ କରିଛି। ସାଧାରଣ ଯାତ୍ରୀମାନେ ଯଦି ଏହି କୋଚ୍‌ରେ ଅନଧିକୃତ ଭାବେ ଯାତ୍ରା କରନ୍ତି, ତେବେ ରେଳ ଆଇନ ୧୯୮୯ ଅନୁଯାୟୀ କାର୍ଯ୍ୟବାହୀ ହେବ।
ସମସ୍ତ ରେଳ ଜୋନ୍‌କୁ ଏହି ନିୟମ କଡା ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିଟିଇ ଓ ଅନ୍ୟ କର୍ମଚାରୀମାନେ ଏହାର ନିରୀକ୍ଷଣ କରିବେ।
ଏହି ପଦକ୍ଷେପ ଦ୍ୱାରା ଦିବ୍ୟାଙ୍ଗ ଯାତ୍ରୀମାନେ ଅଧିକ ସୁବିଧାଜନକ ଓ ନ୍ୟାୟସଂଗତ ଯାତ୍ରାର ଲାଭ ପାଇବେ।

Show More

Related Articles

Back to top button