Breaking PLUSଦେଶମୁଖ୍ୟ ଖବରରାଜନୀତି
ତାମିଲନାଡୁରେ ସମସ୍ତ ୨୩୪ ଆସନ ପାଇଁ ଭୋଟିଂ ଜାରି
ତାମିଲନାଡୁରେ ମତଦାନ, ୪,୦୨୩ ପ୍ରାର୍ଥୀଙ୍କ ଭାଗ୍ୟ ୫ କୋଟି ଭୋଟରଙ୍କ ହାତରେ

ଚେନ୍ନାଇ, 23 ଏପ୍ରିଲ- ଭୋଟ ଦେଉଛି ତାମିଲନାଡୁ । ତାମିଲନାଡୁରେ ସମସ୍ତ ୨୩୪ ଆସନ ପାଇଁ ଭୋଟିଂ ଜାରି ରହିଛି ।
୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ପାଇଁ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହା ପୂର୍ବରୁ ୪,୧୮,୫୪୧ଟି ପୋଷ୍ଟାଲ ଭୋଟ ରେକର୍ଡ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ରାଜ୍ୟର ୫.୭୩ କୋଟି ଭୋଟର ରହିଛନ୍ତି । ୭୫,୦୬୪ଟି ମତଦାନ କେନ୍ଦ୍ର କରାଯାଇଛି । ଅବାଧ ମତଦାନ ପାଇଁ ୧,୦୬,୪୧୮ ଇଭିଏମ୍ ବ୍ୟବହାର କରାଯାଉଥିବାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ୮୩,୮୭୫ ପୋଲିସ ଏବଂ ୩୦୦ କମ୍ପାନୀ ସିଆର୍ପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି।



