Breaking PLUSଓଡ଼ିଶାମୁଖ୍ୟ ଖବର

ଆହୁରି 5ଦିନ ପ୍ରଚଣ୍ଡ ରୌଦ୍ର ତାପ

17 ଜିଲ୍ଲାକୁ ଖରା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, 23 ଏପ୍ରିଲ- ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପ । ତତଲା କଡେଇରେ ଭାଜି ହେଉଛି ପୂରା ରାଜ୍ୟ ।  ଉପକୂଳରୁ ପଶ୍ଚିମ ଯାଏଁ ସବୁଠି ଡହ ଡହ ଖରା। ଆହୁରି ୫ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଲାଗି ସତର୍କତା ଜାରି ହୋଇଛି।

୧୭ଟି ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ୱଲପୁର, ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ କରାଯାଇଛି।

ଅନ୍ୟପଟେ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡା। ଗତକାଲି ଏଠାରେ ୪୪.୬ ଡିଗ୍ରୀ ରେକର୍ଡ ତାପମାତ୍ରା ହୋଇଥିଲା।

Show More

Related Articles

Back to top button