ଦୁର୍ଘଟଣାମୁଖ୍ୟ ଖବର

୯ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ପଥର ସନ୍ଧିରେ ଫସିଥିବା ଜଣେ ନାବାଳକଙ୍କୁ ଦୀର୍ଘ ୯ ଘଣ୍ଟାର ରେସକ୍ୟୁ ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅଗ୍ନିଶମ କର୍ମଚାରୀ ଓ ପୋଲିସଙ୍କ ସଂଯୁକ୍ତ ଉଦ୍ୟମରେ ଏହି ସଫଳତା ମିଳିଛି।

ଓଡ଼ଗାଁ ରାଣୀପଡ଼ାର ନାବାଳକ ଶିବ ପ୍ରଧାନ ବାଉଁଶଗାଡ଼ିଆ କାନିପଦା ଜଙ୍ଗଲର ପାହାଡ଼ ଉପରେ ମହୁ ଫେଣା ଭାଙ୍ଗିବାକୁ ଯାଇଥିବାବେଳେ ମାଟି ଖସିଯିବାରୁ ପଥର ସନ୍ଧିରେ ଫସିଯାଇଥିଲେ। ସକାଳ ୭ଟାଠାରୁ ସେ ଏହି ଅବସ୍ଥାରେ ଅଟକି ରହିଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଭୁବନେଶ୍ବରର କମାଣ୍ଡ କଣ୍ଟ୍ରୋଲ ରୁମରୁ ମଧ୍ୟ ଏହି ଅଭିଯାନକୁ ମନିଟରିଂ କରାଯାଇଥିଲା।

ଉଦ୍ଧାର ସମୟରେ ନାବାଳକଙ୍କ ନିକଟରେ ଏକ ବିରାଟ ଅଜଗର ଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ତଥାପି ଦୀର୍ଘ ପ୍ରୟାସ ପରେ ତାଙ୍କୁ ସଫଳତାର ସହ ବାହାର କରାଯାଇଥିଲା।

ଉଦ୍ଧାର ପରେ ନାବାଳକଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Show More

Related Articles

Back to top button