Breaking PLUSଦେଶ ବିଦେଶମୁଖ୍ୟ ଖବର

ବ୍ରିକ୍ସ ବିଦେଶ ମନ୍ତ୍ରୀ ସମ୍ମିଳନୀକୁ ଆତିଥ୍ୟ ଦେବ ଭାରତ

ନୂଆଦିଲ୍ଲୀ: ଆସନ୍ତା ମେ’ ୧୪ ଓ ୧୫ ତାରିଖରେ ଭାରତରେ ଆୟୋଜିତ ହେବ ବ୍ରିକ୍ସ ବିଦେଶ ମନ୍ତ୍ରୀ ସମ୍ମିଳନୀ। ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର।
ବିଦେଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବ୍ରିକ୍ସ ସଦସ୍ୟ ଏବଂ ଭାଗୀଦାର ଦେଶମାନଙ୍କ ବିଦେଶ ମନ୍ତ୍ରୀ ଓ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ସାକ୍ଷାତ କରିବେ।
ସମ୍ମିଳନୀର ଦ୍ୱିତୀୟ ଦିନରେ “ବ୍ରିକ୍ସ @ ୨୦ : ସ୍ଥିରତା, ନବୋନ୍ମେଷ, ସହଯୋଗ ଓ ସସ୍ଥାୟୀ ବିକାଶର ଭିତ୍ତି ନିର୍ମାଣ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହା ସହ ବିଶ୍ୱ ଶାସନ ବ୍ୟବସ୍ଥାର ସଂସ୍କାର ଏବଂ ବହୁପକ୍ଷୀୟ ବ୍ୟବସ୍ଥାକୁ ନେଇ ମଧ୍ୟ ମତବିନିମୟ କରାଯିବ।
ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ମଧ୍ୟ ଏହି ବୈଠକରେ ଯୋଗଦେବେ। ବୈଠକ ଅବସରରେ ଭାରତ-ରୁଷ ସମ୍ପର୍କ, ବିଶ୍ୱ ପରିସ୍ଥିତି ଓ ଆସନ୍ତା ବ୍ରିକ୍ସ ଶିଖର ସମ୍ମିଳନୀ ପ୍ରସ୍ତୁତି ନେଇ ଆଲୋଚନା ହେବ।

Show More

Related Articles

Back to top button