Breaking PLUSଓଡ଼ିଶାମୁଖ୍ୟ ଖବର
ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ହିଟ୍ୱେଭ୍, ଗୁଳୁଗୁଳି

ଭୁବନେଶ୍ୱର, 22 ମେ- ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ହିଟ୍ୱେଭ୍, ଗୁଳୁଗୁଳି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ହିଟ୍ୱେଭ୍, ଗୁଳୁଗୁଳି ସହ ରାତିରେ ଅଧିକ ଗରମ ଅନୁଭୂତ ହେବ । ଏନେଇ ଆଜି ସମ୍ବଲପୁର, ବଲାଙ୍ଗିର ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । IMD ପକ୍ଷରୁ ଆଉ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ହିଟ୍ୱେଭ୍ ନେଇ କାଲି ବି ସମ୍ବଲପୁର, ବଲାଙ୍ଗିର ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଅନ୍ୟପଟେ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଛି । କିନ୍ତୁ ରାଜଧାନୀ ହିଟ୍ ଇଣ୍ଡେକ୍ସ ୫୪ ଡିଗ୍ରୀ, ଅତ୍ୟନ୍ତ ଅସହ୍ୟ ଗୁଳୁଗୁଳି ।



