Breaking PLUSଓଡ଼ିଶାମୁଖ୍ୟ ଖବର
କଳାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା

ଭୁବନେଶ୍ୱର, 26 ମେ- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଜଣ ମୃତକଙ୍କ ପରିଚୟ ହେଲା, ନିମାଇଁ ଚରଣ ପାଲ୍ (ପିତା- ଗଙ୍ଗାଧର ପାଲ୍), ଆକାଶ ପାଲ୍ (ପିତା- ନିମାଇଁ ଚରଣ ପାଲ୍), ଆଦଲ ମାଝୀ (ପିତା- ବିଷ୍ଣୁ ମାଝୀ), ବୈକୁଷ୍ଠ ଜାଲ୍(ପିତା- ମଧୁ ଜାଲ୍), ମନରଞ୍ଜନ ହାତୀ (ପିତା- ଧନସାଗର ହାତୀ), ଛାନ୍ଦ ଜାଲ୍ (ପିତା- ବଳଦେବ ଜାଲ୍) ।



