Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ

ଭୁବନେଶ୍ୱର, 27 ମେ- ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ ହୋଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୬ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଛି ।
ବାଚସ୍ପତି ସୁରମା ପାଢ଼ୀ ହେଲେ ଶ୍ରେଷ୍ଠ ବିଧାୟକ ଚୟନ କମିଟି ଅଧକ୍ଷ । ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର ସଦସ୍ୟ ରହିଛନ୍ତି ।
ବିଧାୟକ ଭାସ୍କର ମଢେଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ସଦସ୍ୟ, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି । ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଁ ମନୋନୀତ କରିବ କମିଟି ।



