ଏଥର ଜୁନ୍ରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା

ଭୁବନେଶ୍ୱର, 29 ମେ – ଏଥର ଜୁନ୍ରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏଥର ଜୁନ୍ରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା । ଜୁନ୍ରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବ । ଏଥର ଓଡି଼ଶାରେ କମ୍ ବର୍ଷା। ଚଳିତ ମୌସୁମୀ ଋତୁରେ ହାରାହାରି ବର୍ଷା ପରିମାଣ ୯୦% ରହିବ। ଦେଶର ଉତ୍ତର-ପୂର୍ବରେ ସ୍ୱାଭାବିକ ବର୍ଷା, ଅନ୍ୟ ଭାଗରେ କମ୍ ବର୍ଷା। ଜୁନ୍ ରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବ। ଦେଶର ମଧ୍ୟ ଭାଗରେ ୯୪% କମ୍ ବର୍ଷା ହେବା ଆଶଙ୍କା ରହିଛି। ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍ ବର୍ଷା ହେବ। ଏବେ ଏଲ୍ -ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍ ଓ୍ୱେଭ୍ ସତର୍କତା ଜାରି କର୍ରାଯାଇଛି।
ସେପଟେ ୧୬ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁ ସାରିଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।



