Breaking PLUSଦେଶମୁଖ୍ୟ ଖବର

ମିଶ୍ରିତ ପେଟ୍ରୋଲ ବିରୋଧରେ କେନ୍ଦ୍ରର କଡ଼ା କାର୍ଯ୍ୟାନୁଷ୍ଠାନ,

୨,୫୭୩ ପେଟ୍ରୋଲ ପମ୍ପରେ ବିକ୍ରି ବନ୍ଦ

 

ନୂଆଦିଲ୍ଲୀ: ପେଟ୍ରୋଲରେ ମିଶ୍ରଣ ଓ ଇନ୍ଧନର ଗୁଣବତ୍ତାକୁ ନେଇ ଦେଶବ୍ୟାପୀ ଆସୁଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଦେଶର ୨,୫୭୩ଟି ରିଟେଲ ଫ୍ୟୁଏଲ ଆଉଟଲେଟ୍‌ରେ ପେଟ୍ରୋଲ ବିକ୍ରି ଉପରେ ରୋକ ଲଗାଯାଇଛି। ଗାଡ଼ିରେ ତ୍ରୁଟି ଦେଖାଦେବା ଓ ପେଟ୍ରୋଲରେ ପାଣି ମିଶିଥିବା ଭଳି ଅଭିଯୋଗକୁ ଗୁରୁତ୍ୱ ଦେଇ ଏହି ଯାଞ୍ଚ ଆରମ୍ଭ କରାଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହ ସରକାରୀ ତୈଳ କମ୍ପାନୀଗୁଡ଼ିକ ଦେଶବ୍ୟାପୀ ପେଟ୍ରୋଲର ଗୁଣବତ୍ତା ନେଇ ତଦନ୍ତ ଚଳାଇଛନ୍ତି। ବିଶେଷକରି ପେଟ୍ରୋଲ ପମ୍ପର ଭୂମିତଳ ଷ୍ଟୋରେଜ ଟାଙ୍କରେ ପାଣି ପଶୁଥିବା ସମସ୍ୟାକୁ ଯାଞ୍ଚର ମୁଖ୍ୟ ବିଷୟ ଭାବେ ଧରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ଦେଶର ପ୍ରାୟ ୯୦ ହଜାର ପେଟ୍ରୋଲ ପମ୍ପ ଯାଞ୍ଚ ପରିସରରେ ରହିଛି। ଏପର୍ଯ୍ୟନ୍ତ ତିନିଟି ସରକାରୀ ତୈଳ କମ୍ପାନୀର ମୋଟ ୨,୫୭୩ଟି ପେଟ୍ରୋଲ ପମ୍ପରେ ସାମୟିକ ଭାବେ ପେଟ୍ରୋଲ ବିକ୍ରି ବନ୍ଦ କରାଯାଇଛି। କେଉଁ କମ୍ପାନୀର କେତେ ପେଟ୍ରୋଲ ପମ୍ପ ପ୍ରଭାବିତ: – ଇଣ୍ଡିଆନ ଅଏଲ କର୍ପୋରେସନ (IOC) ୧,୨୫୭ଟି – ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ୯୧୫ଟି  ଭାରତ ପେଟ୍ରୋଲିୟମ କର୍ପୋରେସନ (BPCL) – ୪୦୧ଟି ଏହାସହ ପ୍ରାୟ ୮୯ ହଜାର ରିଟେଲ ଆଉଟଲେଟ୍‌ର ଭୂମିତଳ ଷ୍ଟୋରେଜ ଟାଙ୍କରେ ପାଣି ପଶିଛି କି ନାହିଁ, ସେନେଇ ବ୍ୟାପକ ଯାଞ୍ଚ ଚାଲିଛି। ଏଥିପାଇଁ ସରକାର ପକ୍ଷରୁ ସ୍ୱତନ୍ତ୍ର ଟେଷ୍ଟିଂ ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁସାରେ କିଛି ପେଟ୍ରୋଲ ପମ୍ପରେ ଷ୍ଟୋରେଜ ଟାଙ୍କକୁ ଦିନକୁ ୮ରୁ ୧୨ ଥର ପର୍ଯ୍ୟନ୍ତ ଯାଞ୍ଚ କରାଯାଉଛି। ଏହା ସହିତ ନିରୀକ୍ଷଣ ବ୍ୟବସ୍ଥା ଓ ସମ୍ପୃକ୍ତ ସିଷ୍ଟମଗୁଡ଼ିକର ମଧ୍ୟ ପରୀକ୍ଷା କରାଯାଉଛି। ଯେଉଁ ପମ୍ପରେ ତ୍ରୁଟି ଚିହ୍ନଟ ହେଉଛି, ସେଠାରେ ତୁରନ୍ତ ମରାମତି କିମ୍ବା ଆବଶ୍ୟକତା ଅନୁଯାୟୀ ଯନ୍ତ୍ରାଂଶ ପରିବର୍ତ୍ତନ କରାଯାଉଥିବା ଜଣାପଡ଼ିଛି।

Show More

Related Articles

Back to top button