Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ରଣନୀତି ପ୍ରସ୍ତୁତିରେ ବିଜେଡି-ବିଜେପି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ଆସନ୍ତାକାଲିଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ସାଢ଼େ ୧୧ଟାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଏଥିରେ ବିଭିନ୍ନ ଦଳର ନେତାଙ୍କ ସହ ବାଚସ୍ପତି ଆଲୋଚନା କରିବା ସହ ଗୃହ ପରିଚାଳନାରେ ସହଯୋଗ ଲୋଡ଼ିଛନ୍ତି ।

ତେବେ ଆଗାମୀ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ଏମ୍‌ଏମ୍‌ଡିଆର୍‌ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି, ବନ୍ୟା ପରିଚାଳନା ଓ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗ ଉଠାଇବାକୁ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ ହେଉଛନ୍ତି।

ଅନ୍ୟପକ୍ଷରେ ଆଜି ଅପରାହ୍ନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ଦଳର ରଣନୀତି ନେଇ ଆଲୋଚନା ହେବ। ବିରୋଧୀଙ୍କ ପ୍ରସଙ୍ଗର ଜବାବ ଦେବାକୁ ଶାସକ ବିଜେପି ମଧ୍ୟ ପ୍ରସ୍ତୁତି କରୁଛି। ଏଥିପାଇଁ ଦଳ ପକ୍ଷରୁ ବିଧାୟକ ଦଳ ବୈଠକ କରାଯାଇ କାଉଣ୍ଟର ରଣନୀତି ପ୍ରସ୍ତୁତ କରାଯିବ।

ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଥିବାରୁ କମ୍‌ ସମୟ ମଧ୍ୟରେ ଏକାଧିକ ପ୍ରସଙ୍ଗକୁ ନେଇ ଗୃହରେ ତୀବ୍ର ଆଲୋଚନା ହେବାର ସମ୍ଭାବନା ରହିଛି।

Show More

Related Articles

Back to top button