Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର
କ୍ରୁଡ୍ ଅଏଲ୍ ଦର ୧୧୫ ଡଲାର, ଏବେ ବଢ଼ିବନି ପେଟ୍ରୋଲ-ଡିଜେଲ


ପଶ୍ଚିମ ଏସିଆରେ ଜାରି ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଦର ବ୍ୟାରେଲ ପିଛା ୧୦୦ରୁ ୧୧୫ ଡଲାର ମଧ୍ୟରେ ପହଞ୍ଚିଛି। ହର୍ମୁଜ ଜଳପଥକୁ ନେଇ ସଙ୍କଟ ଯୋଗୁ ବିଶ୍ୱ ତୈଳ ବଜାରରେ ଏହି ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତୀୟ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର।
ସରକାରୀ ସୂତ୍ର ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦର ବଢ଼ିଥିଲେ ମଧ୍ୟ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାର କୌଣସି ସମ୍ଭାବନା ନାହିଁ। ତୈଳ ବଜାରର ଗତିବିଧି ଉପରେ କେନ୍ଦ୍ର ସରକାର ନଜର ରଖିଥିବା ସୂଚନା ମିଳିଛି।
ପଶ୍ଚିମ ଏସିଆର ସଂଘର୍ଷ ଓ ହର୍ମୁଜ ଜଳପଥରେ ଅନିଶ୍ଚିତତା ବିଶ୍ୱ ତୈଳ ଯୋଗାଣକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଫଳରେ ଆଗକୁ କ୍ରୁଡ୍ ଅଏଲ୍ ଦରରେ ଆହୁରି ଉତ୍ଥାନ-ପତନ ହୋଇପାରେ। ତେବେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିବା ଗ୍ରାହକଙ୍କୁ ତୁରନ୍ତ ଆଶ୍ୱସ୍ତି ଦେଇଛି।