Breaking PLUSଅପରାଧଆଇନ କାନୁନଦେଶଦେଶ ବିଦେଶମୁଖ୍ୟ ଖବର

ବ୍ରିଟିଶ ନାଗରିକତା ପରେ ବି ନେଉଥିଲେ ଦରମା, ସମ୍ପତ୍ତି ଜବତ

 

ଲକ୍ଷ୍ନୌ: ବ୍ରିଟିଶ ନାଗରିକତା ହାସଲ କରିବା ପରେ ମଧ୍ୟ ନିଜକୁ ଭାରତୀୟ ନାଗରିକ ଭାବେ ଦର୍ଶାଇ ସରକାରୀ ଅନୁଦାନପ୍ରାପ୍ତ ମାଦ୍ରାସାରେ ଶିକ୍ଷକ ଭାବେ ଦରମା ଓ ଅବସରକାଳୀନ ସୁବିଧା ନେଇଥିବା ଅଭିଯୋଗରେ ଶମସୁଲ ହୁଦା ଖାନ୍‌ଙ୍କ ବିରୋଧରେ ବଡ଼ ପଦକ୍ଷେପ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଉତ୍ତରପ୍ରଦେଶର ସନ୍ତ କବୀରନଗର ଜିଲ୍ଲାରେ ତାଙ୍କ ୫୩.୪୬ ଲକ୍ଷ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତିକୁ PMLA ଅଧୀନରେ ଅସ୍ଥାୟୀ ଭାବେ ଜବତ କରାଯାଇଛି।

ED ଅନୁଯାୟୀ, ଖାନ୍‌ ୨୦୧୩ ଡିସେମ୍ବର ୧୯ରେ ବ୍ରିଟିଶ ନାଗରିକତା ହାସଲ କରିଥିଲେ। ଏହାପରେ ଭାରତୀୟ ନାଗରିକତା ନଥିବା ସତ୍ତ୍ୱେ ସେ ଏହି ତଥ୍ୟ ଲୁଚାଇ ନିଜକୁ ଭାରତୀୟ ନାଗରିକ ଭାବେ ଦର୍ଶାଇଥିବା ଅଭିଯୋଗ ହୋଇଛି। ଏପରିକି ସମର୍ପଣ କରିଥିବା ଭାରତୀୟ ପାସପୋର୍ଟ ସହ PAN, ଆଧାର ଓ ଭୋଟର ପରିଚୟପତ୍ର ବ୍ୟବହାର କରି ସମ୍ପତ୍ତି କିଣିଥିବା ED କହିଛି।

ସେ ଆଜମଗଡ଼ର ମୁବାରକପୁରସ୍ଥିତ ଏକ ସରକାରୀ ଅନୁଦାନପ୍ରାପ୍ତ ମାଦ୍ରାସାରେ ସହକାରୀ ଶିକ୍ଷକ ଭାବେ କାମ ଜାରି ରଖିଥିଲେ। ୨୦୧୭ରେ ସ୍ୱେଚ୍ଛାକୃତ ଅବସର ନେବା ସହ ନିୟମିତ ପେନସନ ମଧ୍ୟ ପାଇଥିଲେ। ତଦନ୍ତରେ ରାଜ୍ୟ ସରକାରଙ୍କ ରାଜକୋଷରୁ ଦରମା, ପେନସନ ଓ GPF ବାବଦରେ ୫୩.୪୬ ଲକ୍ଷ ଟଙ୍କା ତାଙ୍କ ଖାତାକୁ ଯାଇଥିବା ED ଦାବି କରିଛି। ଏହି ରାଶିକୁ ଅପରାଧରୁ ମିଳିଥିବା ଅର୍ଥ ବୋଲି ଦର୍ଶାଇ ସମାନ ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି।

Show More

Related Articles

Back to top button