Breaking PLUSଓଡ଼ିଶାମୁଖ୍ୟ ଖବର

ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢ଼ାଇ ହତ୍ୟା- ଡିସିପି

ଚନ୍ଦ୍ରଶେଖରପୁରରେ ଥାର୍ ଚଢ଼ାଇ ହତ୍ୟା ପଛର ବଡ଼ ଖୁଲାସା

ଭୁବନେଶ୍ବର, 30 ମେ -ଚନ୍ଦ୍ରଶେଖରପୁରରେ ଥାର୍ ଚଢ଼ାଇ ହତ୍ୟା ପଛର ବଡ଼ ଖୁଲାସା ହୋଇଛି । ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢ଼ାଇ ହତ୍ୟା କରାଯାଇଥିବା ନେଇ ଡିସିପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତ୍ରିକୋଣୀୟ ପ୍ରେମକୁ ନେଇ ମୃତକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଶତ୍ରୁତା ଥିଲା  । କ୍ରିକେଟ ଷ୍ଟମ୍ପ୍‌ ନେଇ ସଂଘବଦ୍ଧ ଭାବେ ପିଟି ମାରିବା ଉଦ୍ୟମ କରିଥିଲେ । ଏହା ପରେ ଝଗଡ଼ା ହୋଇଥିଲା, ଜାଣିଶୁଣି ଥାର ଚଢ଼ାଇଥିଲେ ଅଭିଯୁକ୍ତ । ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି, ଅନ୍ୟ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୫ ଅଟକ, ଥାର୍‌ ଓ ଗୋଟିଏ ବାଇକ୍‌କୁ ଜବତ କରାଯାଇଛି । ରାତି ୩ଟା ବେଳେ ହୋଇଛି ।  ଝଗଡ଼ା ପରେ ପିଛା କରି ଜାଣିଶୁଣି ଧକ୍କା କରିଛନ୍ତି । ବାଇକ୍‌ରେ ଥିବା ୩ ଜଣଙ୍କ ଭିତରୁ ଜଣେ ମୃତ, ଆଉ ୨ ଆହତ ପ୍ରତ୍ୟକ୍ଷଦର୍ଶୀ । ଏଥିରେ କୌଣସି ଯୁବତୀଙ୍କ ସମ୍ପୃକ୍ତି ଜଣାପଡ଼ିନି, ହଠାତ ଝଗଡ଼ାରୁ ଘଟିଛି ବୋଲି ଡିସିପି କହିଛନ୍ତି ।

୩ ଜଣ ବାଇକ୍‌ରେ କ୍ରିକେଟ ଷ୍ଟମ୍ପ ନେଇ ଆକ୍ରମଣ ପାଇଁ ଯାଇଥିଲେ । ମାତ୍ର ଦୋକାନରେ ଅଧିକ ଲୋକ ଥିବାରୁ ସାହସ ନ କରି ଫେରିଥିଲେ । ଏହା ପରେ ସେମାନେ ଥାର୍‌ରେ ପିଛା କରି ଧକ୍କା ଦେଇଥିବା ଜଣାପଡ଼ିଛି ବୋଲି ଡିସିପି କହିଛନ୍ତି ।

Show More

Related Articles

Back to top button