
ଭୁବନେଶ୍ୱର: ଓଡ଼ିଆ ଯାତ୍ରା ଜଗତକୁ ନେଇ ଆସିଛି ଏକ ବଡ ଖବର। ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଆଜି ଘୋଷଣା କରିଛନ୍ତି ଯେ ବଲିଉଡ୍ର ଜଣେ ପ୍ରସିଦ୍ଧ ଅଭିନେତା ତାଙ୍କ ଯାତ୍ରା ମଞ୍ଚରେ ଅଭିନୟ କରିବେ।
ସେହି ଅଭିନେତା ହେଲେ ପୁନିତ୍ ଇସର, ଯିଏ ମହାଭାରତ ଧାରାବାହିକରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ। ସେ ବଲିଉଡ୍ର ଅନେକ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।
ରାଣୀ ପଣ୍ଡାଙ୍କ କହିବା ଅନୁସାରେ, ଦର୍ଶକମାନେ ଏଥର ପ୍ରଥମଥର ପାଇଁ ପୁନିତ୍ ଇସରଙ୍କୁ ତାଙ୍କ ଯାତ୍ରା ମଞ୍ଚ ‘ନାଟ୍ୟମଣ୍ଡପ’ ରେ ଦେଖିବାକୁ ପାଇବେ। ସେ ଦର୍ଶକମାନଙ୍କୁ ଆହ୍ୱାନ କରି କହିଛନ୍ତି ଯେ, ସେମାନେ ପୁନିତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଯାତ୍ରାରେ ତାଙ୍କ ଅଭିନୟକୁ ସ୍ୱାଗତ କରନ୍ତୁ।
ଅନ୍ୟପଟେ, ପୁନିତ୍ ଇସର ମଧ୍ୟ ଓଡ଼ିଶାବାସୀଙ୍କୁ ସନ୍ଦେଶ ଦେଇ କହିଛନ୍ତି, “ଡେଞ୍ଜର ଦୁର୍ଯ୍ୟୋଧନ” ଖୁବ୍ ଶୀଘ୍ର ଆପଣମାନଙ୍କ ସାମ୍ନାକୁ ଆସୁଛି, ଆପଣମାନେ ମୋତେ ଆଶୀର୍ବାଦ କରିବେ।
ଉଲ୍ଲେଖନୀୟ, ପୂର୍ବରୁ ସେ ଚାଲେଞ୍ଜ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି। ଏହି ଘୋଷଣା ପରେ ଯାତ୍ରା ପ୍ରେମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛିJollywood



