Breaking PLUSଓଡ଼ିଶାମୁଖ୍ୟ ଖବର

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଓଡ଼ିଶାର ପ୍ରଖ୍ୟାତ ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏ ନେଇ ଭୁବନେଶ୍ଵର ଏମସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ତାଙ୍କୁ ଆଇସିୟୁ ଭିତରେ ରଖି ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ଵାବଧାନ​‌ରେ ଚିକିତ୍ସା କରାଯାଉଛି।ପରୀକ୍ଷା ନିରୀକ୍ଷା ପରେ ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାର୍ଯ୍ୟ କରୁ ନ ଥିବାର ଲକ୍ଷଣ ଦେଖିବାକୁ ମିଳିଛି। ତା’ ଛଡ଼ା ଶ୍ଵାସକ୍ରିୟାଜନିତ ସମସ୍ୟା, କିଡନୀ, ଲିଭର ଅଚଳ ହେବାର ସମସ୍ୟା, ରକ୍ତଜମାଟ ବାନ୍ଧିବା ସମସ୍ୟା ଆଦି ରହିଛି। ସେହିପରି ବାଇଲାଟେରାଲ ନିମୋନିଆ, ଡାଇଲେଟେଡ କାର୍ଡିଓମାୟୋପାଥି ଲକ୍ଷଣ ଦେଖାଯାଇଛି।

Show More

Related Articles

Back to top button