Breaking PLUSଓଡ଼ିଶାମୁଖ୍ୟ ଖବର
କଟକରୁ ୩୪୩ ନୂଆ ପଜିଟିଭ୍
କଟକ ସହରର ଆଜି ମୋଟ ୩୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

କଟକ: କଟକ ସହରର ଆଜି ମୋଟ ୩୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି । ଏହାସହ ୯୧ ଜଣ ହୋମ କ୍ୱାରେନଣ୍ଟାଇନ୍ ରୁ ଥିବା ବେଳେ ୨୦୦ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । କଟକ ସହରରେ ଏବେ ସୁଦ୍ଧା ୧୦,୫୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୭,୯୦୩ ଜଣ ସୁସ୍ଥ ହୋଇଛନ୍ତି। ୪୦ ଜଣଙ୍କର ମୃତ୍ୟୁ ହୋଇଛି। ୨,୬୩୩ ଟି ସକ୍ରିୟ କେସ ରହିଛି ।