Breaking PLUSଦେଶମୁଖ୍ୟ ଖବର
ବିହାର ଦିବସର ଶୁଭକାମନା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ, 22 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାର ଦିବସ ଅବସରରେ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ କହିଛନ୍ତି ଯେ ବିହାର ଦୀର୍ଘ ସମୟ ଧରି ଭାରତୀୟ ଐତିହ୍ୟକୁ ଗୌରବ ଓ ଦିବ୍ୟତା ପ୍ରଦାନ କରିଆସିଛି।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି ଯେ, “ବିହାର ଦିବସ ଅବସରରେ ରାଜ୍ୟର ମୋର ସମସ୍ତ ପରିବାରଜନଙ୍କୁ ଅନେକ ଶୁଭେଚ୍ଛା! ଭାରତୀୟ ଐତିହ୍ୟକୁ ଭବ୍ୟତା ଓ ଦିବ୍ୟତା ଦେଇଥିବା ଆମର ଏହି ପ୍ରଦେଶ ଆଜି ଉନ୍ନତିର ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ବ୍ୟସ୍ତ। ମୋତେ ବିଶ୍ୱାସ ଅଛି ଯେ ଉନ୍ନତ ବିହାର ସହିତ ଉନ୍ନତ ଭାରତର ସଙ୍କଳ୍ପକୁ ସାକାର କରିବାରେ ଏଠାକାର କର୍ମଠ ଓ ଉର୍ଜାବାନ ଲୋକଙ୍କର ସମର୍ପଣ ଓ କ୍ଷମତା ବହୁତ ଉପକାରୀ ହେବ।



