Breaking PLUSଦେଶମୁଖ୍ୟ ଖବର
ଜଳ ଆମର ଜୀବନକୁ ଧାରଣ କରେ- ପିଏମ ମୋଦି

ନୂଆଦିଲ୍ଲୀ: ବିଶ୍ୱ ଜଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଜଳ କେବଳ ଜୀବନର ମୂଳଦୁଆ ପ୍ରଦାନ କରେ ନାହିଁ। ବରଂ ପୃଥିବୀର ଭବିଷ୍ୟତକୁ ମଧ୍ୟ ଆକାର ଦିଏ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, “ଜଳ ଆମର ଜୀବନକୁ ଧାରଣ କରେ ଏବଂ ଆମର ପୃଥିବୀର ଭବିଷ୍ୟତକୁ ଗଢ଼େ। ବିଶ୍ୱ ଜଳ ଦିବସ ଅବସରରେ ଆସନ୍ତୁ, ଆମେ ପାଣିର ପ୍ରତ୍ୟେକ ବୁନ୍ଦାକୁ ସଂରକ୍ଷଣ କରିବା ଏବଂ ତାହାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ନିଜ ପ୍ରତିବଦ୍ଧତାକୁ ପୁନର୍ଦୃଢ କରିବା। ଆଜିର ଦିନ ସେହି ଲୋକମାନଙ୍କୁ ସ୍ମରଣ କରିବାର ମଧ୍ୟ ଦିନ, ଯେଉଁମାନେ ସସ୍ତାୟୀ ବିକାଶ ପ୍ରଥାରେ ଲିପ୍ତ ଅଛନ୍ତି, ସଚେତନତା ବୃଦ୍ଧି କରୁଛନ୍ତି ଏବଂ ସଂରକ୍ଷଣର ସଂସ୍କୃତିକୁ ପୋଷଣ କରୁଛନ୍ତି।



