Breaking PLUSଦୁର୍ଘଟଣାମୁଖ୍ୟ ଖବର
ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ମୃତ

ବିବାହ ଉତ୍ସବରେ ଯୋଗଦେବାକୁ ଯିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ । ହସଖୁସିରେ ବିବାହ ଉତ୍ସବରେ ଯୋଗଦେବାକୁ ବାହାରି ଥିଲେ। ହେଲେ ଅଧା ବାଟରେ ମୁତ୍ୟୁ ବାଟଜଗି ବସିଥିଲା । ଉତ୍ତରପ୍ରଦେଶରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। କାର୍କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେବା ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ପୁରୁଷ ଓ ଜଣେ ଛୋଟ ପିଲା ଥିବା ଜଣାପଡ଼ିଛି। ମୃତକଙ୍କ ମୋରଦାବାଦ ଜିଲ୍ଲାର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବିବାହ ଉତ୍ସବରେ ଯୋଗଦେବା ପାଇଁ ଏକ କାର୍ରେ ରାହାତା ମାଫି ଗାଁର ୧୧ଜଣ ନୋଏଡା ଅଭିମୁଖେ ବାହାରି ଥିଲେ। ଏହି ସମୟରେ ମଥୁରା ନିକଟ ଯମୁନା ଏକ୍ସପ୍ରେସ୍ୱେରେ କାର୍କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।



