Breaking PLUSଓଡ଼ିଶାମୁଖ୍ୟ ଖବର

ବାହୁଡା ଯାତ୍ରା ପାଇଁ ସୋମବାର ରାତି ୮ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଯେମିତି ଛାତ ଉପରୁ ରଥ ଦେଖିବା ମନା ଥିଲା, ବାହୁଡ଼ା ଯାତ୍ରାରେ ମଧ୍ୟ ସେହି ନିୟମ ଲାଗୁ ହେବ।

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଯେମିତି ଛାତ ଉପରୁ ରଥ ଦେଖିବା ମନା ଥିଲା, ବାହୁଡ଼ା ଯାତ୍ରାରେ ମଧ୍ୟ ସେହି ନିୟମ ଲାଗୁ ହେବ। ଅନ୍ୟପକ୍ଷେ, ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ରଥର ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଦର୍ପଦଳନ ରଥର ଦକ୍ଷିଣମୋଡ଼ ପାଇଁ ରଥ ଟଣା ଆରମ୍ଭ ହୋଇଛି।

ଶ୍ରୀଗୁଣ୍ଡିଚା ମନ୍ଦିରର ଜୟ ବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାର ସ୍ଥିତ ଶରଧାବାଲିରେ ବିଜେ କରିବେ। ସେବାୟତ ଓ ପୋଲିସ କର୍ମଚାରୀ ରଥର ଦକ୍ଷିଣ ମୋଡ଼ କରାଇବେ। ଏପଟେ ତିନି ରଥରେ ଦେଖାଦେଇଥିବା ସାମାନ୍ୟ ଫାଟକୁ ମରାମତି କରାଯାଇଛି। ଏହାସହ ବୈଷୟିକ କମିଟି ଯାଞ୍ଚ କାର୍ଯ୍ୟ ଶେଷ କରିଛନ୍ତି।

ରଥଯାତ୍ରା ପରଠୁ ତିନି ରଥ ଉତ୍ତର ମୁହାଁ ହୋଇ ରହିଥାନ୍ତି। ତେବେ ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ସ୍ୱରୂପ ତିନି ରଥକୁ ଦକ୍ଷିଣ ମୋ଼ଡ଼ କରାଯାଇ ସୁସଜ୍ଜିତ କରାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଛି।

Show More

Related Articles

Back to top button