ଦେଶ ବିଦେଶସ୍ୱାସ୍ଥ୍ୟ

ଡିସେମ୍ବର ସୁଦ୍ଧା ସରିବ ଟିକାକରଣ !

ଡିସେମ୍ବର ସୁଦ୍ଧା ଟିକାକରଣ ସରିବା ନେଇ ଆକଳନ କରାଯାଇଛି । ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ, ତା’ହେଲେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି, ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା ଦିଆଯାଇସାରିଛି । ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦ୍ୱିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି । ମୋଟ ୫୪ ପ୍ରତିଶତ ପ୍ରଥମ ଡୋଜ ପାଇଛନ୍ତି । କୋଭିଶିଲ୍ଡ ୨୮ ଲକ୍ଷ ୫୪ ହଜାର ଡୋଜ ଏବଂ କୋଭାକ୍ସିନ ୪ ଲକ୍ଷ ୫୪ ହଜାର ଡୋଜ ମହଜୁଦ ରହିଛି ।

ଯେଉଁ ମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ଅଛି, ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକଙ୍କ ସହ ଦ୍ୱିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ । କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି । ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ସେହିପରି ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ସେ ଆହୁରି କହିଛନ୍ତି, ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ଲହରରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ । ନୂଆ ଭ୍ୟାରିଆଣ୍ଟ ସି-୧-୨କୁ ନେଇ ସବିଶେଷ ତଥ୍ୟ ନାହିଁ । ଭାରତରେ ଏଭଳି ଭ୍ୟାରିଆଣ୍ଟ ଚିହ୍ନଟ ହୋଇନାହିଁ।

Show More

Related Articles

Back to top button