Breaking PLUSଓଡ଼ିଶା
କରୋନା କଟକଣା
ସେପ୍ଟେମ୍ବର ମାସରେ କ’ଣ ଖୋଲା କ’ଣ ବନ୍ଦ:
*ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ ରାତ୍ରୀକାଳୀନ କର୍ଫ୍ୟୁ
*ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲିପାରିବ ସମସ୍ତ ମଲ୍ ଏବଂ ଦୋକାନ ବଜାର
*କୋଭିଡ କଟକଣା ସହ ରାଜ୍ୟରେ ଥିବା ଫିଲ୍ମହଲ, ଥିଏଟର ଆଦି ଖୋଲିପାରିବ
*ରାଜ୍ୟରେ ଥିବା ସୂଚନା କେନ୍ଦ୍ର, ପାଠାଗାରଗୁଡ଼ିକୁ ଖୋଲିବାକୁ ଅନୁମତି
*ପ୍ରଦର୍ଶନୀ ଏବଂ ବାଣିଜ୍ୟ ମେଳାକୁ ବାରଣ
*ଧାର୍ମିକ ଏବଂ ରାଜନୈତିକ ସମାବେଶ ଉପରେ କଟକଣା ଜାରି
*ବିବାହ, ବ୍ରତୋପନୟନ, ଅନ୍ତେଷ୍ଟି କ୍ରିୟାରେ ସର୍ବାଧିକ ୨୫୦ ଲୋକ ଯୋଗ ଦେଇପାରିବେ
*ବିବାହ ଶୋଭାଯାତ୍ରାରେ ସର୍ବାଧିକ ୫୦ ଲୋକ ଏକତ୍ରିତ ହୋଇପାରିବେ
କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅନୁମତି କ୍ରମେ ଏସବୁ କାର୍ଯ୍ୟ କରାଯାଇପାରିବ । ତେବେ ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ ବୋଲି ଏସଆରସି କହିଛନ୍ତି ।



