ଦେଶ ବିଦେଶବାଣିଜ୍ୟ

ସୁନା ଚାହିଦା ୨୦୨୧ରେ ବଢ଼ିଥିଲା ୭୯%

ଏବର୍ଷ ବି ଚମକାଇବ ବଜାର

ଗ୍ରାହକଙ୍କ ମାନସିକତାରେ ସୁଧାର ଓ କୋଭିଡ-୧୯ ସମ୍ପର୍କିତ ବ୍ୟବଧାନ ଯୋଗୁ ବଜାର ପରିସ୍ଥିତିରେ ପରିବର୍ତ୍ତନ ୨୦୨୧ ମସିହାରେ ଦେଶରେ ସୁନା କିଣା ୭୯୭.୩ ଟନକୁ ପହଞ୍ଚିଥିଲା। ଏଥିରୁ ଚଳିତବର୍ଷ ମଧ୍ୟ ବଜାର କାରବାର ବେଶ ଭଲ ରହିବ ବୋଲି ଏବେଠୁ ଆକଳନ କରାଯାଉଛି। ଏ ବାବଦେ ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି)ଙ୍କ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ ୨୦୨୧ ରିପୋର୍ଟରେ ଭାରତରେ ଚାହିଦା ୭୮.୬ ପ୍ରତିଶତ ଅଭିବୃଦ୍ଧି ସହ ମୋଟ ୭୯୭.୩ ଟନକୁ ପହଞ୍ଚିଥିବା କୁହାଯାଇଛି। ଯାହା ୨୦୨୦ ମସିହାରେ ୪୪୬.୪ ଟନ ଥିଲା। ଡବ୍ଲୁଜିସି ରିଜିଓନାଲ ଚିଫ୍ ଏକଜ୍ୟୁକୁଟିଭ ଅଫିସର ସୋମସୁନ୍ଦର ପି.ଆର ସୁନାକୁ ନେଇ ଭାରତୀୟଙ୍କ ପାରମ୍ପରିକ ବିଚାର ପୁଣି ୨୦୨୧ରେ ପ୍ରମାଣିତ ହୋଇଥିବା କହିଛନ୍ତି। ଦେଶରେ ସୁନା ଚାହିଦା ୭୮.୬ ପ୍ରତିଶତ ବୃଦ୍ଧି ସହ ୭୯୭.୩ ଟନ କାରବାର ହୋଇଛି।

ତୃତୀୟ ତ୍ରୈମାସିକରେ ଚାହିଦା ଅସାଧାରଣ ଭାବେ ବଢିଥିବା ବେଳେ ୩୪୩ ଟନ ସୁନା ଆବଶ୍ୟକ ପଡିଥିଲା। ଏଥିରୁ ୨୦୨୨ରେ ଭାରତକୁ ୮୦୦ରୁ ୮୫୦ ଟନର ସୁନା ଆବଶ୍ୟକ ପଡିବ ବୋଲି ସେ ଆକଳନ କରିଛନ୍ତି। ୨୦୨୦ ବର୍ଷ ତୁଳନାରେ ୨୦୨୧ରେ ସ୍ୱର୍ଣ୍ଣ ଆଭୂଷଣ ଚାହିଦା ଢେର ବଢ଼ିଥିଲା। ମହାମାରୀ ସ୍ତରର ପରିସ୍ଥିତିକୁ ଡେଇଁ ଗତ ୬ ବର୍ଷର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଥିଲା। ଫଳରେ ୨୦୨୧ ଚତୁର୍ଥ ତ୍ରୈମାସିକରେ ବଜାର ଚାହିଦା ୨୬୫ଟନକୁ ପହଞ୍ଚିଥିଲା। ମୂଲ୍ୟ ଆଧାରରେ ଦେଖିବାକୁ ଗଲେ ସ୍ୱର୍ଣ୍ଣ ଆଭୂଷଣର ଚାହିଦା ୯୬ ପ୍ରତିଶତ ବଢ଼ିଥିବା ବେଳେ କାରବାର ୨,୬୧,୧୪୦ କୋଟିରେ ପହଞ୍ଚି ଯାଇଛି। ୨୦୨୦ରେ ଏହା ୧,୩୩,୨୬୦ କୋଟି ଥିଲା। ଫଳରେ ଭାରତର ସ୍ୱର୍ଣ୍ଣ ଆମଦାନୀ ୧୫୦ ପ୍ରତିଶତ ବୃଦ୍ଧି ସହ ୯୨୪.୬ ଟନ ହୋଇ ଯାଇଛି।

Show More

Related Articles

Back to top button