Breaking PLUSଦୁର୍ଘଟଣାମୁଖ୍ୟ ଖବର
ବାଘମାରୀ ରାସ୍ତାର ସିମୋର ନିକଟରେ ରାସ୍ତା କଡ଼କୁ ଓଲଟିଲା ଲିଙ୍ଗରାଜ ବସ୍ , ୨୦ ଯାତ୍ରୀ ଆହାତ

ଖୋର୍ଦ୍ଧା : ଖୋର୍ଦ୍ଧା- ନୟାଗଡ଼ ବାଘମାରୀ ରାସ୍ତାର ସିମୋର ନିକଟରେ ରାସ୍ତା କଡ଼କୁ ଖସିଲା ଲିଙ୍ଗରାଜ ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଲିଙ୍ଗରାଜ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନ ମିଳିଛି। ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ବସ୍ ଭିତରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସମସ୍ତ ଆହତ ଯାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ। ଘଟଣାସ୍ଥଳରେ ବାଙ୍କୀ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ସହ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚାଲାଇଥିବା ସୂଚନା ମିଳିଛି।