ଦେଶପାଣିପାଗସ୍ୱତନ୍ତ୍ର

ଫିଲିପାଇନ୍ସ ଭୟଙ୍କର ସାମୁଦ୍ରିକ ଝଡ଼ରେ ମୃତ୍ୟୁସଂଖ୍ୟା ୯୮କୁ ବୃଦ୍ଧି,ବନ୍ୟାଞ୍ଚଳ ବୁଲି ଦେଖିଲେ ରାଷ୍ଟ୍ରପତି

ଫିଲିପାଇନ୍ସରେ ତାଣ୍ଡବ ରଚିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ । ଫଳରେ ନାଲଗାଏରେ କ୍ଷତିଗ୍ରସ୍ତ ହୋଇଛି ଫିଲିପାଇନ୍ସ। ଏଥିରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି। ତେବେ ଆଜି ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ଫେର୍ଡିନାଣ୍ଡ ମାର୍କୋସ ଜୁନିୟର।ଏଥିସହିତ କ୍ଷୟକ୍ଷତି ଆକଳନ କରିଥିବା ସୂଚନା ମିଳିଛି ।

ଫିଲିପାଇନ୍ସ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଅନୁଯାୟୀ, ଦେଶର ଦକ୍ଷିଣ ସ୍ୱାୟତ ଅଞ୍ଚଳ ବାଂଗସମୋରରେ ଅଧାରୁ ଅଧିକ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଓ ମାଟି ଅତଡ଼ା ଖସିବା ଯୋଗୁ ଅଧିକ ଜୀବନ ଯାଇଛି ।

୯୮ ମୃତ୍ୟୁ ପରେ ୬୩ ଲୋକେ ନିଖୋଜ ଥିବା ବେଳେ ୬୯ ଲୋକ ଆହତ ହୋଇଛନ୍ତି ବୋଲି ବିଭାଗ କହିଛି। କେବଳ ବାଂଗସମୋର ଅଞ୍ଚଳରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଲୋକ ନିଖୋଜ ଅଛନ୍ତି।

ବର୍ଷା ପବନ ଯୋଗୁ ୭୫୭.୮୪ ମିଲିୟନ ପେସସ(ଫିଲିପାଇନ୍ସ) ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ସେହିପରି ୪୩୫.୪୬ ମିଲିୟନ ପେସସ ମୂଲ୍ୟର କୃଷିଜାତ ଦ୍ରବ୍ୟ ନଷ୍ଟ ହୋଇଛି।

 

Show More

Related Articles

Back to top button