ଓଡ଼ିଶାଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ବ୍ରିଟେନର ସମ୍ମାନଜନକ ‘ଅର୍ଡର ଅଫ ମେରିଟ’ ସମ୍ମାନରେ ସମ୍ମାନୀତ ହେଲେ ନୋବେଲ ବିଜେତା ପ୍ରଫେସର ଭେଙ୍କି ରାମକୃଷ୍ଣନ

ବ୍ରିଟେନର ସମ୍ମାନଜନକ ‘ଅର୍ଡର ଅଫ ମେରିଟ’ ସମ୍ମାନରେ ସମ୍ମାନୀତ ହେଲେ ନୋବେଲ ବିଜେତା ପ୍ରଫେସର ଭେଙ୍କି ରାମକୃଷ୍ଣନ । ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଜା ଚାର୍ଲସ ତୃତୀୟା ।

ସେପ୍ଟେମ୍ବରରେ ମୃତ୍ୟୁ ପୂର୍ବରୁ ରାଣୀ ଏଲିଜାବେଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୫ ଜଣ ଖ୍ୟତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ତାଲିକାମଧ୍ୟରେ ମଲିକୁଲାର ଜୈବ ବିଜ୍ଞାନୀ ୭୦ ବର୍ଷ ବୟସ୍କ ରାମକୃଷ୍ଣନଙ୍କ ନାମ ରହିଥିଲା।

ମହାରାଜା ୬ ଜଣଙ୍କୁ ‘ଅର୍ଡର ଅଫ ମେରିଟ’ ପ୍ରଦାନ କରି ଖୁସି ଅଛନ୍ତି। ସଶସ୍ତ୍ର ବାହିନୀ, ବିଜ୍ଞାନ, କଳା, ସାହିତ୍ୟ କିମ୍ବା ସଂସ୍କୃତିର ପ୍ରଚାରରେ ଯେଉଁମାନେ ମହତ୍ତ୍ୱପୂର୍ଣ ଅବଦାନ ପ୍ରଦାନ କରିଛନ୍ତି ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ବକିଙ୍ଗହମ ପ୍ୟାଲେସ ଏକ ବିବୃତ୍ତିରେ କହିଛି ।

ସୂଚନାଯୋଗ୍ୟ, ରାମକୃଷ୍ଣନ ଦକ୍ଷିଣ ଭାରତୀୟ ତାମିଲନାଡୁର ଚିଦାମ୍ବରମରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟେନ ଯିବା ପୂର୍ବରୁ ସେ ଆମେରିକାରେ ବିଜ୍ଞାନ ଅଧ୍ୟୟନ କରିଥିଲେ। ତାଙ୍କୁ ୨୦୦୯ରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

 

Show More

Related Articles

Back to top button