Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ
ଭୁବନେଶ୍ୱର: ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ । ଏଥିପାଇଁ ରାଜ୍ୟ ସରକାର-କଲ୍ୟାଣ ଷ୍ଟିଲ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଢେଙ୍କାନାଳ ଜିଲାର ଗଜମରାରେ ପ୍ରକଳ୍ପ ହେବା ପାଇଁ ୧୧ଶହ ଏକର ଜମି ଚିହ୍ନଟ କରାଯାଇଛି । ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ ହୋଇ ୨୪ ମାସ ମଧ୍ୟରେ ଉତ୍ପାଦନ ହେବ । ପ୍ରଥମ ପର୍ଯ୍ୟାୟରେ ୧୧ହଜାର ୭୫୦କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହା ଦ୍ୱାରା ୧୦ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି ।