ଦେଶ ବିଦେଶମୁଖ୍ୟ ଖବର

ଇଦ୍ ପାଇଁ ସାରା ଦେଶକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ରମଜାନର ୩୦ ଦିନର ରୋଜା ଓ ନମାଜ ପରେ ଗତକାଲି ଇଦର ଚାନ୍ଦ ଦେଖାଯାଇଥିଲା, ଯାହା ପରେ ଦେଶର ବିଭିନ୍ନ ମସଜିଦରୁ ସୂଚନା ଦିଆଯାଇଥିଲା। ଆକାଶରେ ରଙ୍ଗୀନ ଆତସବାଜି ସହ ଶ୍ରଦ୍ଧାଳୁମାନେ ଆନନ୍ଦରେ ଭରିଉଠିଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ଶୁଭେଚ୍ଛା ଜଣାଇଥିଲେ।
ଆଜି ଦିଲ୍ଲୀର ଜାମା ମସଜିଦ ସହିତ ଫତେପୁରୀ ମସଜିଦ ଏବଂ ଦେଶର ଅନ୍ୟାନ୍ୟ ଛୋଟ-ବଡ଼ ମସଜିଦଗୁଡ଼ିକରେ ଇଦ-ଉଲ-ଫିତର ପର୍ବ ବହୁତ ଉତ୍ସାହରେ ପାଳିତ ହେଉଛି। ସକାଳେ ହଜାରହଜାର ଲୋକ ମସଜିଦରେ ନମାଜ ପାଠ କରିଛନ୍ତି।
ଏହି ଅବସରରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଏକ୍ସ ପୋଷ୍ଟରେ ଭାଇଚାରା ଓ କରୁଣାର ଭାବନା ଆହୁରି ମଜବୁତ ହେଉ ବୋଲି କହିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଇଦ୍ ଅବସରରେ ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି, “ଇଦ୍-ଉଲ୍-ଫିତର ଅବସରରେ, ମୁଁ ସମସ୍ତ ନାଗରିକଙ୍କୁ, ବିଶେଷ କରି ମୋର ମୁସଲମାନ ଭଉଣୀ ଏବଂ ଭାଇମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଏହି ପର୍ବ ଆମକୁ ସମାଜର ଅବହେଳିତ ବର୍ଗଙ୍କ ପ୍ରତି ଆତ୍ମସଂଯମ, ସେବା, ଦାନଶୀଳତା ଏବଂ କରୁଣାର ମୂଲ୍ୟବୋଧ ଶିଖାଇ ଥାଏ । ଏହି ଅବସରରେ, ଆସନ୍ତୁ ଆମେ ଆମ ସମାଜ ଏବଂ ରାଷ୍ଟ୍ରକୁ ସୁଦୃଢ଼ ​​କରିବା ପାଇଁ ସଂକଳ୍ପ ନେବା ।”
ଏହା ସହିତ ଆଜି ପବିତ୍ର ଇଦ୍ ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇଦ୍ ମୁବାରକ ଜଣାଇଛନ୍ତି । ସେ କହିଛନ୍ତି, “ପବିତ୍ର ଇଦ୍ ଅବସରରେ ଆମର ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି । ସମସ୍ତଙ୍କୁ ଇଦ୍ ମୁବାରକ ।”

ଦିଲ୍ଲୀସ୍ଥିତ ଜାମା ମସଜିଦ୍‌ରେ ଶିଶୁମାନେ ପହଞ୍ଚି ଇଦ୍ ମୁବାରକ ଜଣାଇଛନ୍ତି । ଆଜି ଇଦ୍ ଉଲ୍-ଫିତର ପାଇଁ ସକାଳୁ ଲୋକମାନେ ଆଜମେର ଖ୍ୱାଜା ଘାରିବ ନୱାଜ୍ ଦରଗା ସରିଫରେ ପହଞ୍ଚିଥିଲେ । ଆଜି ଭକ୍ତମାନଙ୍କ ପାଇଁ ସକାଳ ୫ ଟାରେ ଦରଗାର ଜନ୍ନତି ଦରଗା ଖୋଲାଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button