Breaking PLUSଓଡ଼ିଶାମୁଖ୍ୟ ଖବର

ଏଥର ଖରା ଛୁଟିରେ ପିଲାଙ୍କୁ ହ୍ବାଟ୍ସଆପ୍‌ରେ ସମର ଲର୍ଣ୍ଣିଂ ବ୍ୟବସ୍ଥା

ଭୁବନେଶ୍ୱର, 21 ଏପ୍ରିଲ- ଏଥର ଖରା ଛୁଟିରେ ପିଲାଙ୍କୁ ହ୍ବାଟ୍ସଆପ୍‌ରେ ସମର ଲର୍ଣ୍ଣିଂ ବ୍ୟବସ୍ଥା  । ବାପା ମାଆଙ୍କ ହ୍ୱାଟ୍ସଆପ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ  । ଶିଶୁବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବ୍ୟବସ୍ଥା ନେଇ ଓସେପା ଚିଠି କରିଛି । ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍‌ ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ଏଥର ଖରାଛୁଟିରେ ହେବ ପାଠପଢା। ଶିଶୁବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ। ହ୍ୱାଟ୍ସଆପ ଜରିଆରେ ଶ୍ରେଣୀ ଅନୁସାରେ ଆସାଇନମେଣ୍ଟ ଦିଆଯିବ। ବାପାମାଆଙ୍କ ହ୍ୱାଟ୍ସଆପକୁ ଏନେଇ ସିଧାସଳଖ ଯୋଗାଯୋଗ କରାଯିବ।

ଅଭିଭାବକଙ୍କ ହ୍ବାଟ୍ସଆପ ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ । ଅଡିଓ ଓ ଭିଜୁଆଲ ମାଧ୍ୟମରେ ମଧ୍ୟ ଶିକ୍ଷା ଦିଆଯିବ। ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓସେପା ପକ୍ଷରୁ ଚିଠି ଦିଆଯାଇଛି । ଆସନ୍ତା ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍ ପାଇଁ ନିର୍ଦ୍ଦେଶ ରହିଛି।

Show More

Related Articles

Back to top button