ଅପରାଧଦେଶମୁଖ୍ୟ ଖବର

ନାଶିକ TCS ଧର୍ମାନ୍ତରଣ ମାମଲା: ମୁଖ୍ୟ ଅଭିଯୁକ୍ତ ନିଦା ଖାନ୍ ଗିରଫ

ମୁମ୍ବାଇ: ନାଶିକସ୍ଥିତ TCS କାର୍ଯ୍ୟାଳୟ ସହ ଜଡିତ କଥିତ ଧର୍ମାନ୍ତରଣ ଓ ଉତ୍ପୀଡନ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ନିଦା ଖାନ୍‌ଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି। ତାଙ୍କୁ ଛତ୍ରପତି ସମ୍ଭାଜୀନଗରର ନାରେଗାଓଁ ଅଞ୍ଚଳର କାଇଜର କଲୋନୀରୁ ଗୁରୁବାର ଧରାଯାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ନିଦା ଖାନ୍ ପରିବାର ସହ ସେଠାରେ ଲୁଚି ରହୁଥିଲେ। ନାଶିକ SIT, ଛତ୍ରପତି ସମ୍ଭାଜୀନଗର ପୋଲିସ ଓ କ୍ରାଇମ ବ୍ରାଞ୍ଚର ସଂଯୁକ୍ତ ଟିମ୍ ତାଙ୍କୁ ଗିରଫ କରିଥିଲା। ପ୍ରାଯୁକ୍ତିକ ନଜରଦାରି ଓ ଗୁପ୍ତ ସୂଚନା ଆଧାରରେ ତାଙ୍କ ଅବସ୍ଥାନ ଚିହ୍ନଟ କରାଯାଇଥିଲା।
ଏହି ମାମଲାରେ ଜଣେ ମହିଳା କର୍ମଚାରୀ ସହକର୍ମୀ ଦାନିଶ ଶେଖଙ୍କ ବିରୋଧରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପୂର୍ବରୁ ବିବାହିତ ଥିବା କଥା ଲୁଚାଇବା ଅଭିଯୋଗ କରିଥିଲେ। ନିଦା ଖାନ୍‌ଙ୍କ ବିରୋଧରେ ଧର୍ମାନ୍ତରଣ ପାଇଁ ଚାପ ସୃଷ୍ଟି କରିବା ଓ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗ ରହିଛି।
ମାମଲାର ତଦନ୍ତ ଚାଲିଥିବାବେଳେ ଏପର୍ଯ୍ୟନ୍ତ ସାତଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ, TCS ସ୍ପଷ୍ଟ କରିଛି ଯେ ନିଦା ଖାନ୍ HR ମ୍ୟାନେଜର୍ ନୁହେଁ ଏବଂ ସେ କୌଣସି ନିଯୁକ୍ତି ପ୍ରକ୍ରିୟାର ଦାୟିତ୍ୱରେ ମଧ୍ୟ ନଥିଲେ।

Show More

Related Articles

Back to top button