Breaking PLUSଦେଶମୁଖ୍ୟ ଖବର
କୋଲକାତାରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କୋଲକାତା, 8 ମେ- କୋଲକାତାରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ପଶ୍ଚିମବଙ୍ଗରେ ନୂଆ ସରକାର ଶପଥ ଗ୍ରହଣ କରିବାକୁ ଯାଉଥିବାରୁ ତା ପୂର୍ବରୁ କୋଲକାତାରେ ପହଞ୍ଚିଛନ୍ତି ଅମିତ ଶାହ। ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ। ତେଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଆଜି ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି।
ମୁଖ୍ୟମନ୍ତ୍ରୀ ରେସରେ ୨ ମହିଳାଙ୍କୁ ମିଶାଇ ୪ରୁ ଅଧିକ ନେତାଙ୍କ ନାଁ ଥିବାରୁ ପଶ୍ଚିମବଙ୍ଗରେ ମଧ୍ୟ ଓଡ଼ିଶା ମଡେଲ ଲାଗୁ ହେବା ଅନୁମାନ କରାଯାଉଛି।



