Breaking PLUSଦେଶମୁଖ୍ୟ ଖବରରାଜନୀତି
ବୈଠକ ଡାକିଲେ ମମତା, ଆସିଲେନି ୯ ବିଧାୟକ
କୋଲକାତା, 7 ମେ । ପରାଜୟ ପରେ ମମତା ବାନାର୍ଜୀ ଏକ ବୈଠକ ଡାକିଛନ୍ତି । ତେବେ ଏହି ବୈଠକକୁ 9ଜଣ ବିଧାୟକ ଆସିନଥିବା ସୂଚନା ମିଳିଛି । ମମତା କହିଲେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଛନ୍ତି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ବୃଦ୍ଧି ପାଇଛି ଅଶାନ୍ତି। ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ରଣନୀତି ବୈଠକରେ ପ୍ରାୟ ୯ ଜଣ ନବ ନିର୍ବାଚିତ ବିଧାୟକ ସାମିଲ ହୋଇନଥିଲେ।
ଏ ନେଇ ମମତା ବାନାର୍ଜୀ କହିଛନ୍ତି ଦଳୀୟ ଲୋକ ଅନ୍ତର୍ଘାତି କାମ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପରାଜୟ ପରେ TMCକୁ ଏକାଠି ରଖିବା ପାଇଁ ଦିଦିଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି।



