


ଭୁବନେଶ୍ୱର: ରାଜଧାନୀରେ ମେଟ୍ରୋ ପ୍ରକଳ୍ପକୁ ନୂଆ ଆକାର ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ପୁରୀ, ଭୁବନେଶ୍ୱର ଓ କଟକକୁ ଯୋଡି ଏକ ବ୍ୟାପକ ମେଟ୍ରୋ ପରିକଳ୍ପନା କରାଯାଇଛି, ଯାହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବ।
ସେ ସ୍ପଷ୍ଟ କରିଛନ୍ତି ଯେ ସରକାର ମେଟ୍ରୋ ବିରୋଧରେ ନୁହେଁ ଏବଂ ପ୍ରକଳ୍ପକୁ ବନ୍ଦ କରାଯାଇନାହିଁ, ବରଂ ସ୍ଥଗିତ ରଖାଯାଇଛି। ପ୍ରକଳ୍ପ ସମ୍ପର୍କିତ ପ୍ରକ୍ରିୟା ଚାଲୁ ରହିଛି।
ତେବେ ବିକଳ୍ପ ରାସ୍ତା ବିକଶିତ ନକରି ମେଟ୍ରୋ କାମ ଆରମ୍ଭ କଲେ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ପ୍ରଥମେ ବିକଳ୍ପ ରାସ୍ତା ସୃଷ୍ଟି ଆବଶ୍ୟକ ବୋଲି ସେ କହିଛନ୍ତି।
ଏହାସହ ମେଟ୍ରୋ ପ୍ରକଳ୍ପ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।