ମୁଖ୍ୟ ଖବରରାଜନୀତି

ପବନ ଖେଡାଙ୍କୁ ସୁପ୍ରିମକୋର୍ଟର ଆଶ୍ବସ୍ତି , ଆଗୁଆ ଜାମିନ ମଞ୍ଜୁର

ନୂଆଦିଲ୍ଲୀ: କଂଗ୍ରେସ ନେତା ବନ ଖେଡାଙ୍କୁ ସୁପ୍ରିମକୋର୍ଟ ତରଫରୁ ବଡ଼ ରାହତ ମିଳିଛି। ଜାଲ କାଗଜପତ୍ର ଓ ମାନହାନି ସମ୍ପର୍କିତ ମାମଲାରେ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଇଥିବା ସହ ଗିରଫଦାରୀରୁ ଅସ୍ଥାୟୀ ସୁରକ୍ଷା ପ୍ରଦାନ କରିଛି।

ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ କରିଛି ଯେ ତଦନ୍ତରେ କୌଣସି ପ୍ରଭାବ ପଡିବା ଉଚିତ୍ ନୁହେଁ। ଖେଡାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ରଖି କହିଥିଲେ ଯେ ଏହି ମାମଲା ରାଜନୈତିକ ଚାପରେ ଦାୟର ହୋଇଥିବା ବେଳେ ଗିରଫଦାରୀର କୌଣସି ଆବଶ୍ୟକତା ନାହିଁ।

ଅନ୍ୟପଟେ, କେନ୍ଦ୍ର ଓ ଆସାମ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ କହିଛନ୍ତି ଯେ ମାମଲାର ଅଭିଯୋଗ ଗମ୍ଭୀର ଓ ତଦନ୍ତ ପାଇଁ ହାଜତରେ ପ୍ରଶ୍ନୋତ୍ତର ଆବଶ୍ୟକ। ତଦନ୍ତରେ ଜାଲିଆତି ଡକ୍ୟୁମେଣ୍ଟ ସମ୍ପର୍କରେ ତଥ୍ୟ ମିଳିଥିବା ସହ ଏଥିରେ ଅନ୍ୟ ଲୋକଙ୍କ ଜଡା ରହିଛି କି ନାହିଁ ଓ ବଡ଼ ଷଡ଼ଯନ୍ତ୍ର ଅଛି କି ନାହିଁ, ସେଥି ପାଇଁ ତଦନ୍ତ ଜାରି ରହିଛି।

Show More

Related Articles

Back to top button