
ଦେଶରେ ଲଗାତର ଭାବେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଶନିବାର ତୈଳ ଦରରେ ୩୫ ପଇସା ବୃଦ୍ଧି ଘଟିଛି । ଏହାସହ ଦେଶର ଅନେକ ସ୍ଥାନରେ ନୂଆ ରେକର୍ଡ ଦାମରେ ପହଁଚିଛି ଦର । ଭାରତୀୟ ପେଟ୍ରୋଲିୟମ କମ୍ପାନୀ ଶନିବାର ତୈଳ ଦରରେ ୩୫ ପଇସା ବୃଦ୍ଧି କରିଛନ୍ତି । ସେହିପରି ଡିଜେଲ ଦାମ ମଧ୍ୟ ୩୫ ପଇସା ବୃଦ୍ଧି ପାଇଛି । କେବଳ ଅକ୍ଟୋବରରେ ଏବେସୁଦ୍ଧା ପେଟ୍ରୋଲ ୩ ଟଙ୍କା ୮୫ ପଇସା ମହଙ୍ଗା ହେଲାଣି । ଡିଜେଲରେ ମଧ୍ୟ ୪ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୫ ଟଙ୍କା ୪୯ ପଇସା ରହିଥିବା ବେଳେ ମୁମ୍ବାଇରେ ୧୧୧ ଟଙ୍କା ୪୩ ପଇସା ରହିଛି । ମୁମ୍ବାଇରେ ଡିଜେଲ ଦର ୧୦୨ ଟଙ୍କା ୧୫ ପଇସା ରହିଛି । ସେହିପରି ମଧ୍ୟପ୍ରଦେଶର ବାଲାଘାଟରେ ପେଟ୍ରୋଲ ଦର ୧୧୬ ଟଙ୍କା ୪୪ ପଇସାରେ ପହଁଚିଛି । ଯାହା ଏକ ରେକର୍ଡ ଅଟେ ।
କେଉଁ ସହରରେ କେତେ ଦାମ-
ସହର ପେଟ୍ରୋଲ ଡିଜେଲ
କୋଲକାତା ୧୦୬.୧୦ ୯୭.୩୩
ଦିଲ୍ଲୀ ୧୦୫.୪୯ ୯୪.୨୨
ମୁମ୍ବାଇ ୧୧୧.୪୩ ୧୦୨.୧୫
ଚେନ୍ନାଇ ୧୦୨.୭୦ ୯୮.୫୯
ଭୁବନେଶ୍ୱର ୧୦୬.୪୨ ୧୦୨.୭୭