Breaking PLUSଓଡ଼ିଶାମୁଖ୍ୟ ଖବର
କନ୍ଧମାଳରେ କମ୍ବିଂ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ- ନକ୍ସଲ ଅପରେସନରେ ବଡ଼ ସଫଳତା। କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରେ ଚଢ଼ାଉ କରି ଧରିଛି ପୋଲିସର ମିଳିତ ଟିମ। ଗତକାଲି ହୋଇଥିବା ପୋଲିସର କମ୍ବିଂ ଅପରେସନରେ ବିପୁଳ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି।
ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ଏସଏଲଆର ବନ୍ଧୁକ,ଗୋଟିଏ ଥ୍ରୀନଟଥ୍ରୀ ବନ୍ଧୁକ, ୧୨ ଏମଏମ ବୋର୍ ବନ୍ଧୁକ ଦୁଇଟି, ଦୁଇଟି SBGL, ଗୋଟିଏ ଦେଶୀ ବନ୍ଧୁକ, ଏସଏଲଆର ମାଗାଜିନ, ଥ୍ରୀନଟଥ୍ରୀ ମାଗାଜିନ ।
SBGL ଗ୍ରେନେଡ ୧୦ଟି, ୩୦ଟି ଇଲେକ୍ଟ୍ରିକ୍ ଡେଟୋନେର, ୫ ଓ୍ୱାକିଟକି, ସୋଲାର ପ୍ୟାନେଲ, ଟର୍ଚ୍ଚଲାଇଟ, ମାଓ ପୁସ୍ତିକା, ବିଭିନ୍ନ ପ୍ରକାର ଔଷଧ ଜବତ ହୋଇଛି। ଦାରିଙ୍ଗବାଡିର ମାଟାବରହି ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହି ସବୁ ସାମଗ୍ରୀ ଜବତ କରିଛି ପୋଲିସର ମିଳିତ ଟିମ ।



